Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୧, ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ବଢୁଛି । ତଥାପି ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୩୩ ଜଣ ଥିବା ବେଳେ ୬୦୧ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ସଂକ୍ରମିତ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ରହିଛି ୧୪୧ । ସେହିପରି ବାଲେଶ୍ୱର ଜିଲ୍ଲାରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୮, ଅନୁଗୋଳ ଜିଲ୍ଲାରୁ ୯୦ ଜଣ ପଜିଟିଭ୍ ବାହାରିଛନ୍ତି ।

ମୟୂରଭଞ୍ଜରୁ ୮୦, ଜଗତସିଂହପୁରରୁ ୬୮, ବଲାଙ୍ଗିର ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ଆଉ ୬୬ ଜଣ । ସେହିପରି ବରଗଡ଼ରୁ ୬୫, କେନ୍ଦ୍ରାପଡ଼ାରୁ ୫୪ ଓ ପଜିଟିଭ୍ ତାଲିକାରେ କେନ୍ଦୁଝର ଜିଲ୍ଲା ଆଉ ୫୦ ଆକ୍ରାନ୍ତଙ୍କ ନାଁ ଯୋଡିଛି । ବାକି ସମସ୍ତ ଜିଲ୍ଲାରୁ ୫୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୫୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୮୬ ହଜାର ୮୫୭ ଆକ୍ରାନ୍ତ । ରାଜ୍ୟରେ ୧୩ ହଜାର ୨୩୯କୁ ଖସିଛି ଆକ୍ଟିଭ୍ କେସ ସଂଖ୍ୟା ।

Leave A Reply

Your email address will not be published.