Latest Odisha News

BREAKING NEWS

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି

ମାଲକାନାଗିରି: ଦିନିକିଆ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ସେ ସ୍ୱାଭିମାନ ଅଞ୍ଚଳର ଗୁରା ସେତରୁ ପହଞ୍ଚିଛନ୍ତି । ସେଠାରେ ମାଓବାଦୀଙ୍କ ଗତିବିଧି ଓ ଲାଲବାହିନୀକୁ ଦମନ କରିବା ନେଇ ଚାଲିଥିବା ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଗତ କିଛି ଦିନ ତଳେ ଗୁରା ସେତୁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା ।

ଏହି ଅବସରରେ ବିଏସଏଫ୍, ଏସଓଜି, ଜିଲ୍ଲା ପୋଲିସ ସହ ମାଓବାଦୀଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ସେହିପରି ସ୍ଥାନୀୟ ଲୋକଙ୍କ ସହ ବି ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୋଲିସ ଓ ବିଏସଏଫର କାମକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି ।

ଲୋକଙ୍କ ନିକଟତର ହେବା ପାଇଁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଥାନା, ବିଏସଏଫ କ୍ୟାମ୍ପ ଆଦି ପ୍ରତିଷ୍ଠା କରାଯାଇଛି । ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ବିଏସଏଫ୍, ଏସଓଜି ଓ ଡିଭିଏଫ୍ ମଧ୍ୟରେ ସମନ୍ୱୟ ରକ୍ଷା କରି ଅଭିଯାନକୁ ଜୋରଦାର କରାଯିବ ।

ସେହିପରି ଆନ୍ଧ୍ର, ଓଡିଶା ଓ ବିଏସଏଫ ମିଳିତ ଭାବେ ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରଖିଛନ୍ତି । ମାଓ ଦମନ ନେଇ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.