Latest Odisha News

BREAKING NEWS

ଆଜି ରାଜ୍ୟର ୯ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ, ଚିହ୍ନଟ ହେଲେ ୧୫୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୁଇ ଶହ ଭିତରେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫ଟି । ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୫ଟି ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି । ସମ୍ୱଲପୁର ଜିଲ୍ଲାରୁ ସର୍ବାଧିକ ୧୯ ପଜିଟିଭ୍ ବାହାରିଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୧୮ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ୧୨, ବାଲେଶ୍ୱରେ ୧୧ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୪ହଜାର ୨୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୦ହଜାର ୫୪୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧୫ଶହ ୧୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.