Latest Odisha News

BREAKING NEWS

ମେ ୧୫ରୁ ୩୦ ମଧ୍ୟରେ ହୋଇପାରେ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବହୁ ପ୍ରତୀକ୍ଷିତ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ମେ ମାସରେ ହେବ । ମେ ୧୫ରୁ ମେ ୩୦ ମଧ୍ୟରେ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନରେ କଂଗ୍ରେସ ବାଛିବ ନୂଆ ଅଧ୍ୟକ୍ଷ । ୪ଟି ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପରେ ଦଳ ସାଙ୍ଗଠନିକ ନିର୍ବାଚନ କରିବା କଥା ଚିନ୍ତା କରୁଛି ।

ଏଥିସହ ଦଳ ଫେବ୍ରୁଆରୀ ଆଭ୍ୟନ୍ତ୍ରରୀଣ ନିର୍ବାଚନ କରିବ । ଆସନ୍ତା ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ପୂର୍ବରୁ ଦଳ ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ କାର୍ଯ୍ୟକାରୀ କମିଟିର ୨ ଜଣ ସଦସ୍ୟ ମତ ଦେଇଛନ୍ତି । ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୪ ରାଜ୍ୟରେ କଂଗ୍ରେସ କ୍ଷମତାରେ ନଥିବା ବେଳେ ପୁଡୁଚେରୀରେ ଶାସନରେ ଅଛି ।

ବିଧାନସଭା ନିର୍ବାଚନ ଓ ଦଳର ସାଙ୍ଗଠନିକ ନିର୍ବାଚନ ମଧ୍ୟରେ ବ୍ୟବଧାନ ରଖିବାକୁ କର୍ମକର୍ତ୍ତା ଜୋର ଦେଇଛନ୍ତି । ଫଳରେ ବିଧାନସଭା ନିର୍ବାଚନ ପ୍ରଚାର ବାଧାପ୍ରାପ୍ତ ହେବ ନାହିଁ । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.