Latest Odisha News

BREAKING NEWS

ରାଜ୍ୟର ୧୦ ଜିଲ୍ଲାରୁ ମହାମାରୀ ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ ଭାଇରସ୍ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଡେଥ୍ କେସ୍ ବଢ଼ି ବଢ଼ି ଚାଲିଛି । କରୋନାରେ ଆଖି ବୁଜିଛନ୍ତି ଆଉ ୪ ଜଣ ସଂକ୍ରମିତ । ସେହିପରି ପୁରୀରୁ ୩ ଜଣ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ । ସେହିପରି ଅନୁଗୁଳ, ବରଗଡ଼, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧, ୬୮୭କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୫୩% । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩ ହଜାର ୪୫୩ କୋଭିଡ୍ ଟେଷ୍ଟ ହୋଇଥିଲା । ୭୩୦ ପଜିଟିଭି ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.