Latest Odisha News

BREAKING NEWS

ରାଜ୍ୟରେ ସାମାନ୍ୟ ବଢିଲା: ୨୪ ଘଣ୍ଟାରେ ୭୩୦ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୩୧୧ଟି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି ।

ମୟୂରଭଞ୍ଜରୁ ସର୍ବାଧିକ ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ରହିଛି ୬୫ । ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୫୭ ଜଣ ସଂକ୍ରମିତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୩ ।

କଟକ ଜିଲ୍ଲାରୁ ୪୯, ନୂଆପଡ଼ାରୁ ୪୬, ଅନୁଗୁଳରୁ ୪୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ବଲାଙ୍ଗିର ଜିଲ୍ଲା କରୋନା ପଜିଟିଭ୍ ତାଲିକାରେ ଆଉ ୪୦ ଜଣ ଲେଖାଏଁ ଆକ୍ରାନ୍ତଙ୍କ ନାଁ ଯୋଡ଼ିଛି । ବାକି ସମସ୍ତ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି ।

ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୬ ହଜାର ୧କୁ ବୃଦ୍ଧି ପାଇଛି । ବଢୁଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ୯୭ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୩୭୪ ଥିବା ବେଳେ ଆକ୍ଟିଭ୍ କେସ୍ ୬ ହଜାର ୮୮୭ଟି ରହିଛି ।

Leave A Reply

Your email address will not be published.