Latest Odisha News

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ, ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାରୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୯ ଜଣ ପୁରୁଷ ।

ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍ । ଏହାକୁ ମିଶାଇ ସୁନ୍ଦରଗଡ଼ରେ ମୃତ୍ୟୁସଂଖ୍ୟା ୯୯ରେ ପହଞ୍ଚିଛି ।

ସେହିପରି ବରଗଡ଼ ଜିଲ୍ଲାରୁ ୩, ଝାରସୁଗୁଡ଼ା ଜିଲ୍ଲାରୁ କରୋନାରେ ଆଉ ୨ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, ପୁରୀ, ସମ୍ୱଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାର ଆଖି ବୁଜିଛନ୍ତି ।

ସେହିପରି ମହାମାରୀରେ ପ୍ରାଣ ହରାଇଛନ୍ତି ଭୁବନେଶ୍ୱରରୁ ଆଉ ଜଣେ ସଂକ୍ରମିତ । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧୫ ଶହ ୪୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୯% ।

Leave A Reply

Your email address will not be published.