Latest Odisha News

BREAKING NEWS

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮୦୦ରୁ କମ୍ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଓଡ଼ିଶାରେ ବି ଖସୁଛି ଦୈନିକ ଟ୍ରେଣ୍ଡ । ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୨ ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରୁ ଆଜି କେହି ଜଣେ ବି ସଂକ୍ରମିତ ହୋଇ ନାହାନ୍ତି । ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୮, ସୁନ୍ଦରଗଡ଼ରୁ ୫୫ ଜଣ ପଜିଟିଭ ବାହାରିଛନ୍ତି । ବାକି ୨୬ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୪୦୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୯୭ ହଜାର ୮୬୨ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୧୦ ହଜାର ତଳକୁ ଖସିଛି । ଏବେ ରାଜ୍ୟରେ ଚିକିତ୍ସାଧୀନ ଅଛନ୍ତି ୯ ହଜାର ୯୫୦ ସଂକ୍ରମିତ ।

Leave A Reply

Your email address will not be published.