Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୬%

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭ଶହ ୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୮୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୨୪ ଘଣ୍ଟାରେ ୭୮ ହଜାର ୭୪୦ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୧୬ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୦ ଓ କେନ୍ଦ୍ରାପଡ଼ାରୁ ୧୪୯ ଓ ପୁରୀ ଜିଲ୍ଲାରୁ ବାହାରିଛନ୍ତି ଆଉ ୧୩୯ ପଜିଟିଭ୍ । ବାକି ୨୬ ଜିଲ୍ଲାରେ ଶହେ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଏଥିରୁ ୧୧ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ଆଉ ୬୯ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୋଟ୍ ୫ହଜାର ୭୦୩ ଜୀବନ ନେଲାଣି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୨ହଜାର ୫୧୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୪୯ହଜାର ୩୫୦ । ଏବେ ରାଜ୍ୟରେ ୧୭ହଜାର ୪୧୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.