Latest Odisha News

BREAKING NEWS

ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବସଭରାଜ ବୋମ୍ମାଇ

ବେଙ୍ଗାଲୁରୁ: କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନର ଅନ୍ତ ଘଟିଛି। କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ଏଥିପାଥଁ ବିଜେପି ଏକ ନୂଆ ଚେହେରୋ ସନ୍ଧାନ କରୁଥିଲା। ୟେଦୁରପ୍ପାଙ୍କ ଶାସନର ପତନ ପରେ ଏବେ ୟେଦୁରପ୍ପାଙ୍କ କ୍ୟାବିନେଟ୍‌ ଗୃହମନ୍ତ୍ରୀ ଥିବା ବସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାବେ ବସଭରାଜ ବୋମ୍ମାଇ ଶପଥ ଗ୍ରହଣ କରିବେ। ଆଜି ୧୧ଟାରେ ଶପଥ ଗ୍ରହଣ ଉତ୍ସବରେ ସେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ଅଳ୍ପ ସମୟ ପରେ ବାସଭାରାଜ ବମ୍ମାଇ କହିଛନ୍ତି ଯେ ସେ ଗରୀବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ। ଏହି ପରିସ୍ଥିତିରେ ଏହା ଏକ ବଡ ଦାୟିତ୍ବ।ଆମେ କୋଭିଡ୍‌-୧୯ ଏବଂ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.