Latest Odisha News

BREAKING NEWS

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୧୭୮ କରୋନା ପଜିଟିଭ୍, ପଶ୍ଚିମ ଓଡ଼ିଶାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୫ଟି । ୨୨ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।

ପଶ୍ଚିମ ଓଡ଼ିଶା ଜିଲ୍ଲାରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୦ ସଂକ୍ରମିତ ହୋଇଥିବା ବେଳେ ସମ୍ୱଲପୁରରେ ଏହି ସଂଖ୍ୟା ରହିଛି ୨୪ । ଝାରସୁଗୁଡ଼ାରୁ ୨୩ ଓ ନୂଆପଡ଼ି ଜିଲ୍ଲାରୁ ୧୬ ଜଣ ପଜିଟିଭ ବାହାରିଛନ୍ତି । ପୁରୀରୁ ଚିହ୍ନଟ ହୋଇଛନ୍ତି ୧୯ ନୂଆ ଆକ୍ରାନ୍ତ । ବରଗଡ଼ରେ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି ।

ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୩ହଜାର ୧୨୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୯ହଜାର ୮୮ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.