Latest Odisha News

BREAKING NEWS

ଓଡ଼ିଶାରୁ ୧,୭୮୪ କରୋନା ପଜିଟିଭ୍, ନୂଆପଡ଼ାରେ ସଂଖ୍ୟା ଟପିଲା ୩୦୦

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭ଶହ ୮୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ହଜାର ୩୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୪୯ଟି । ନୂଆପଡ଼ାରେ ଦିନକରେ ସଂକ୍ରମଣ ତିନି ଗୁଣା ବଢ଼ିଛି । ଗତକାଲି ନୂଆପଡ଼ାରୁ ଚିହ୍ନଟ ହୋଇଥିଲେ ୯୬ ଆକ୍ରାନ୍ତ । ଆଜି ସଂଖ୍ୟା ବଢ଼ି ୩୦୩ ହୋଇଛି ।

ସେହିପରି ସୁନ୍ଦରଗଡ଼ରୁ ସୁନ୍ଦରଗଡ଼ ୨୪୧, ଖୋର୍ଦ୍ଧା ୨୦୧, ସମ୍ୱଲପୁର ୧୧୪ ଓ ବଲାଙ୍ଗିର ୯୧, ବରଗଡ଼ ଜିଲ୍ଲାରୁ ବାହାରିଛନ୍ତି ୮୭ ନୂଆ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରେ ଅଚାନକ ବଢ଼ିଛି ସଂକ୍ରମଣ । ଗତକାଲି ୯ ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଆଜି ସଂଖ୍ୟା ୮୦କୁ ବଢ଼ିଛି । ଅର୍ଥାତ ଗଞ୍ଜାମ ଜିଲ୍ଲାରେ ଦିନକରେ ପାଖାପାଖି ୯ଗୁଣା ଅଧିକ ପଜିଟିଭ୍ ବାହାରିଛନ୍ତି ।

ଏପଟେ ବାଲେଶ୍ୱରରୁ ୭୨, ନବରଙ୍ଗପୁର ୬୭, କଳାହାଣ୍ଡି ୬୮, କଟକ ୫୯, କେନ୍ଦୁଝରରୁ ଚିହ୍ନଟ ହୋଇଛନ୍ତି ଆଉ ୫୪ ପଜିଟିଭ୍ । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୫୩ହଜାର ୮୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୪୦ ହଜାର ୬୦୦ ଆକ୍ରାନ୍ତ । ୧୦ହଜାର ୫୦୩କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧୯୩୦ ଛୁଇଁଛି ।

Leave A Reply

Your email address will not be published.