Latest Odisha News

BREAKING NEWS

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଫୁଲ ଓ ଭଗବାନ ଫାଉଣ୍ଡେସନ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କର ଏହି ସ୍ୱତନ୍ତ୍ର କୃତି ପଛର କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ସାହିତ୍ୟ ସୃଷ୍ଟିର ମୌଳିକ ଉପାଦାନ ମଣିଷ ଓ ମଣିଷ, ମଣିଷ ମଧ୍ୟରେ ପ୍ରେମଭାବ ଜାଗ୍ରତ ହେଲେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ସେ କହିଥଲେ।

ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ନିରୂପମା ଆଚାର୍ଯ୍ୟ, ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଆମ ଓଡ଼ିଶା ସମ୍ପାଦକ ସ୍ୱରାଜ ମିଶ୍ର , କାଦମ୍ବିନୀ ସମ୍ପାଦିକା ଇତି ସାମନ୍ତ , ଡ ବିଜୟା ନନ୍ଦ ସିଂହ, ଲେଖକ ରବି ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, କେଦାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.