Latest Odisha News

ଓଡ଼ିଶାର ୧୦ ଜିଲ୍ଲାରୁ କରୋନା ନେଲା ୧୮ ଜୀବନ, ଅନୁଗୋଳରୁ ସର୍ବାଧିକ

ଅନୁଗୋଳ: ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ୧୮ ଆକ୍ରାନ୍ତ । ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଜିଲ୍ଲାରୁ ଦିନକରେ ଚାରି ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।

କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନା ନେଇଛି ଆଉ ଦୁଇ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ବ୍ୟତୀତ ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ସଂକ୍ରମଣ ବୃଦ୍ଧି ପାଇବା ସହ ଗତ କିଛି ଦିନ ହେବ ରାୟଗଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨୨ଶହ ୧୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.