Latest Odisha News

BREAKING NEWS

ଆମେରିକାର ବଡ଼ ଘୋଷଣା: ୧୨-୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା

ଓ୍ୱାଶିଂଟନ୍: ଟିକାକରଣ କ୍ଷେତ୍ରରେ ଆମେରିକାର ଆଉ ଏକ ବଡ଼ ପଦକ୍ଷେପ । ୧୨-୧୫ ବର୍ଷ ପିଲାଙ୍କୁ ଟିକା ଦେବାକୁ ଘୋଷଣା । ଆସନ୍ତା ୧୩ ତାରିଖରୁ ଶିଶୁଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବ । ୧୨-୧୫ ବର୍ଷ ଭିତରେ ପିଲାଙ୍କୁ ଫାଇଜର-ବାୟୋଏନଟେକ୍ କୋଭିଡ୍ ଟିକର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିଛି । ଛୋଟ ପିଲାଙ୍କୁ ଟିକାକରଣରେ ଏହା ହେଉଛି ପ୍ରଥମ ଭ୍ୟାକସିନ୍ । ଜରୁରୀ ବ୍ୟବହାରକୁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍(FDA) ଅନୁମତି ଦେଇଛି ।

ଦେଶରେ ଛୋଟ ପିଲା ଓ ଯୁବକଙ୍କୁ ଖୁବଶୀଘ୍ର ଟିକା ଉପଲବ୍ଧ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । କ୍ରିନିକାଲ୍ ଟ୍ରାଏଲରେ ସଫଳତା ପରେ ଛୋଟ ପିଲାଙ୍କୁ ଟିକାକରଣ ନିଷ୍ପତ୍ତି ନେଇଛନ୍ତି ଆମେରିକାର ସରକାର । ୧୨-୧୫ ବର୍ଷ ଭିତରେ ୨ହଜାର ୨୬୦ ଜଣ ପିଲାଙ୍କୁ ପରୀକ୍ଷାମୂଳକ ଭାବରେ ଟିକା ଦିଆଯାଇଥିଲା ।

ଏହା ପୂର୍ବରୁ ଆମେରିକାରେ ୧୬-୧୮ ବର୍ଷ  ବୟସ୍କଙ୍କୁ ଫାଇଜର୍ ଟିକା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ବର୍ଗରେ ୨୦ ଲକ୍ଷ ପିଲାଙ୍କୁ ଟିକା ଦିଆଗଲାଣି । ଏବେ ୧୨-୧୫ ବର୍ଷ ପିଲାଙ୍କୁ ଟିକାରପଣ ପରେ ଆମେରିକାରେ କରୋନା ବିରୋଧୀ ଲଢ଼େଇରେ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିବେ । ବୟସ୍କ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଟିକାକରଣ ପରେ ଛୋଟ ଛୋଟ ପିଲା ମାରାତ୍ମକ କରୋନା ଭାଇରସ କବଳକୁ ଆସିଯିବା ଆଶଙ୍କା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.