Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୮୩୩ କରୋନା ପଜିଟିଭ୍, ୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଧିରେ ଧିରେ କମୁଛି । ପ୍ରତିଦିନ ପାଖାପାଖି ଦୁଇ ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୩୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭୧ଟି । ୫ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯ ଓ ଯାଜପୁର ଜିଲ୍ଲାରୁ ଆଉ ୧୧୦ ଜଣ ସଂକ୍ରମିତ ହୋଇଛନ୍ତି । ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ୭୧ହଜାର ୩୯ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୫୮% । ପଜିଟିଭିଟିରେ ଗ୍ରୀନ୍ ହୋଇଛି ଓଡ଼ିଶା । ଫାଙ୍କା ହୋଇଛି ରେଡ୍ ଜୋନ୍ । ସେହିପରି କରୋନାରେ ଆଉ ୬୭ ଜଣଙ୍କୁ ମିଶାଇ ମୋଟ୍ ୫ହଜାର ୫୧୨ ଜଣଙ୍କର ମୃତ୍ୟୁ ହେଲାଣି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୬୭ହଜାର ୫୪୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୪୩ହଜାର ୬୯ ଆକ୍ରାନ୍ତ । ଏବେ ରାଜ୍ୟରେ ୧୮ହଜାର ୯୧୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.