ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୮୭ଟି ରହିଛି । ରାଜ୍ୟର ୨୩ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ୭ଟି ଜିଲ୍ଲା ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଜଗତସିଂହପୁର ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି ।
Covid-19 Report For 8th January, 2021
New Positive Cases: 206
In quarantine: 119
Local contacts: 87(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 2
3. Bargarh: 16
4. Bhadrak: 2
5. Balangir: 26— I & PR Department, Odisha (@IPR_Odisha) January 9, 2021
ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୭ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୬ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୮, ବରଗଡ଼ ଓ ସମ୍ୱଲପୁରରେ ୧୬ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୦ ଜଣ ନୂଆ ପଜିଟିଭ୍ ଅଛନ୍ତି ।
22. Sonepur: 3
23. Sundargarh: 26
24. State Pool: 3New recoveries: 244
Cumulative tested: 7140339
Positive: 331602
Recovered: 327534
Active cases: 2124— I & PR Department, Odisha (@IPR_Odisha) January 9, 2021
ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୧ହଜାର ୬୦୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୭ହଜାର ୫୩୪ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୧୨୪ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.