Latest Odisha News

BREAKING NEWS

ରାଜ୍ୟରେ ପୁଣି ଦୁଇ ହଜାର ଡେଇଁଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୯୯%

ଭୁବନେଶ୍ୱର: ରାଜ୍ୟ ଦୁ ଦିନ ହେବ ୨ ହଜାର ତଳେ ରହୁଥିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସାମାନ୍ୟ ବଢ଼ି ଦୁଇ ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୭୪ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ଶହ ୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୮୨ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩, କଟକରୁ ୨୮୩, ପୁରୀରୁ ଚିହ୍ନଟ ହୋଇଛନ୍ତି ୧୩୩ ସଂକ୍ରମିତ ।

ଯାଜପୁରରୁ ୧୨୦, ମୟୂରଭଞ୍ଜରୁ ୧୧୫, ବାଲେଶ୍ୱରରୁ ୧୧୫ ଓ ଭଦ୍ରକ ଜିଲ୍ଲାରୁ ୧୧୦ ପଜିଟିଭ୍ ବାହାରିଛନ୍ତି । ବାକି ୨୩ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୭ ଜିଲ୍ଲା ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ।

୨୪ ଘଣ୍ଟାରେ ରାଜ୍ୟରେ ୬୯ହଜାର ୨୮୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୯୯ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୪୫ହଜାର ୭୪୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୧୮ହଜାର ୪୧ ଆକ୍ରାନ୍ତ । ଏବେ ରାଜ୍ୟରେ ୨୨ହଜାର ୮୬୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.