Latest Odisha News

BREAKING NEWS

ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ପ୍ରାୟ ବର୍ଷେ ପରେ ପ୍ରଥମ ଥର କ୍ୟାବିନେଟ ବୈଠକ ପ୍ରତ୍ୟକ୍ଷଭାବରେ ବସୁଛି । କରୋନା ଯୋଗୁ ପୂର୍ବରୁ ଭର୍ଚୁଆଲ ମୋଡରେ ହେଉଥିଲା ବୈଠକ । ଶେଷ ଥର ଗତବର୍ଷ ଏପ୍ରିଲ ମାସରେ ପ୍ରତ୍ୟକ୍ଷ ଭାବରେ କ୍ୟାବିନେଟ୍ ବୈଠକ ବସିଥିଲା ।

ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତାପୂର୍ବରୁ କ୍ୟାବିନେଟ୍ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇପାରେ । ମୌସୁମୀ ଅଧିବେଶନ ୧୩ ଦିନ ଚାଲିବ । ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ କ୍ୟାବିନେଟ କମିଟିରେ ନୂଆ ଚେହେରାଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହପିରି କ୍ୟାବିନେଟ୍ ବୈଠକ ପରେ ଆଜି ମନ୍ତ୍ରୀ ପରିଷଦ ବୈଠକ ବି ବସିବ । ସନ୍ଧ୍ୟା ୪ଟାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହେବ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ମନ୍ତ୍ରୀ ପରିଷଦର ଦ୍ୱିତୀୟ ବୈଠକ । ଗତ ଜୁଲାଇ ୮ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ପରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ବସିଥିଲା ।

Leave A Reply

Your email address will not be published.