Latest Odisha News

ରାଜ୍ୟରେ ୨୪ ଘଣ୍ଟାରେ ୨୪୪ କରୋନା ପଜିଟିଭ୍, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୦୨ଟି ରହିଛି ।

୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁର ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ସର୍ବାଧିକ ୩୭ ଜଣ । ବରଗଡ଼ରେ ୨୨, ସୁନ୍ଦରଗଡ଼ରେ ୨୨, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ୧୯ ଜଣ ଲେଖାଏ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଭିତରେ ରହିଛି ।

୬ଟି ଜିଲ୍ଲା ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନୟାଗଡ଼, ନବରଙ୍ଗପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୨ହଜାର ୧୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୨୮ହଜାର ୪୩ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୧୧୮ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ସେହିପରି ମହାମାରୀ ଆଜି ରାଜ୍ୟରେ ଜଣଙ୍କର ଜୀବନ ନେଇଛି । ଖୋର୍ଦ୍ଧା ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୪୮ବର୍ଷୀୟ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୯୨କୁ ବୃଦ୍ଧି ପାାଇଛି ।

Leave A Reply

Your email address will not be published.