Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୨୪୫ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୩୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୦୬ଟି । ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ସଂକ୍ରମିତ ।

ସମ୍ୱଲପୁର ଜିଲ୍ଲାରୁ ସର୍ବାଧିକ ୩୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୩୪ ଓ ଅନୁଗୁଳ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ଆଉ ୩୨ ଜଣ । ବାକି ୨୧ ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ଅଧିକାଂଶ ଜିଲ୍ଲାରେ ଦୁଇ ଅଙ୍କ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୯ହଜାର ୮୬୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୫ହଜାର ୪୩୨ ସଂକ୍ରମିତ । ଏବେ ରାଜ୍ୟରେ ୨ହଜାର ୫୦୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.