Latest Odisha News

BREAKING NEWS

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର, ଆଜି ୨୫୪୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ୨ହଜାରରୁ ୩ ହଜାର ଭିତରେ ଚିହ୍ନଟ ହେଉଛନ୍ତି ନୂଆ ଆକ୍ରାନ୍ତ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ଶହ ୪୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୪ଶହ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୮୪ । ଏହି ସମୟ ଭିତରେ ରାଜ୍ୟରେ ମୋଟ୍ ୭୨ହଜାର ୬୪୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୩.୪୯ପ୍ରତିଶତ ।

କଟକ ଜିଲ୍ଲାରୁ ସର୍ବାଧିକ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡ଼ାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତସିଂହପୁରରୁ ୧୨୮, ମୟୂରଭଞ୍ଜରୁ ୧୨୪ ଓ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଶହେ ପଜିଟିଭ୍ । ବାକି ୨୧ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୩୨ହଜାର ୩୩୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୨୮୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨୭ହଜାର ୫୮୦ ଆକ୍ଟିଭ୍ କେସ୍ ରହିଛି । ଆଉ ୫୭ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୋଟ୍ ୪ହଜାର ୪୧୫ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

Comments are closed.