Latest Odisha News

BREAKING NEWS

ଓଡ଼ିଶାରୁ ଆଜି ୨୮୭୦ କରୋନ ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୪.୦୩%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଏବେ ୩ ହଜାର ଭିତରେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୭୦ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୧୮ । ଆଜି ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଭିତରେ ରହିଛି । କଟକ ଜିଲ୍ଲାରୁ ସର୍ବଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪ ଓ ବାଲେଶ୍ୱରରେ ଏହି ସଂଖ୍ୟା ୨୪୦ ରହିଛି ।

ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡ଼ାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ଆଉ ୧୧୨ ଜଣ ସଂକ୍ରମିତ ହୋଇଛନ୍ତି । ୨୦ ଜିଲ୍ଲାରେ ନୂଆ ଆକ୍ରନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୪ଟି ଜିଲ୍ଲା ଦେବଗଡଡ, ଗଜପତି, ଝାରସୁଗୁଡ଼ା ଓ ନୂଆପଡ଼ାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ଆଜି ରାଜ୍ୟରେ ମୋଟ୍ ୭୧ହଜାର ୧୨୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୪.୦୩ ପ୍ରତିଶତ । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୨୧ହଜାର ୮୯୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୮୭ହଜାର ୪୨୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩୦ହଜାର ୨୨୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.