Latest Odisha News

BREAKING NEWS

ଖୋର୍ଦ୍ଧା, ବରଗଡ଼ ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୮ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ।

ବରଗଡ଼ ଜିଲ୍ଲାରୁ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଛନ୍ତି । ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା, ଗଞ୍ଜାମ ଜିଲ୍ଲାରେ ଆଉ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ପୁରୀ, ନୟାଗଡ଼, କଳାହାଣ୍ଡି, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝରରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସଂକ୍ରମିତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୧୯୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.