ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା । ତିନି ଶହ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୯ଟି । ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ପଜିଟିଭ୍ ।
Covid-19 Report For 27th March
New Positive Cases: 290
In quarantine: 171
Local contacts: 119(Details of local contacts will be shared by concerned District Administration)
District Wise Cases:
1. Angul: 10
2. Balasore: 6
3. Bargarh: 15
4. Bhadrak: 6
5. Balangir: 9— I & PR Department, Odisha (@IPR_Odisha) March 28, 2021
ଖୋର୍ଦ୍ଧାରେ ପୁଣି ଥରେ ଲମ୍ବା ଲମ୍ଫ ମାରିଛି ମହାମାରୀ । ଦିନକରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧ ନୂଆ ସଂକ୍ରମିତ । ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ନୂଆପଡ଼ା ଜିଲ୍ଲାରୁ ଆଉ ୪୦ ଜଣ ପଜିଟିଭ୍ ବାହାରିଛନ୍ତି । ସେହିପରି ଝାରସୁଗୁଡ଼ାରୁ ୨୧, ବରଗଡ଼ରୁ ୧୫, ସୁନ୍ଦରଗଡ଼ରୁ ୧୪ ଓ ସମ୍ୱଲପୁର ଜିଲ୍ଲାରୁ ବାହାରିଛନ୍ତି ୧୧ ଜଣ ସଂକ୍ରମିତ ।
21. Sonepur: 2
22. Sundargarh: 14
23. State Pool: 16New recoveries: 89
Cumulative tested: 8975095
Positive: 340194
Recovered: 336571
Active cases: 1650— I & PR Department, Odisha (@IPR_Odisha) March 28, 2021
କଟକରୁ ୧୬, ମୟୂରଭଞ୍ଜ ଓ ଅନୁଗୋଳ ଜିଲ୍ଲାରୁ ୧୦ ଜଣ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୦ହଜାର ୧୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୫୭୧ ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ଟିଭ କେସ୍ ୧୬ଶହ ୫୦କୁ ବୃଦ୍ଧି ପାଇଛି ।
Comments are closed.