Latest Odisha News

BREAKING NEWS

ରାଜ୍ୟର ୨୪ ଜିଲ୍ଲାରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ କରୋନା । ମାର୍ଚ୍ଚ ୨୭ ପରେ ପୁଣି ଥରେ ୨୯୦ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି ହେଉଛି ସ୍ଥାନୀୟ ସଂକ୍ରମଣ । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୯ ଜଣ, ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ୧୮, ଭଦ୍ରକରୁ ୨, ବଲାଙ୍ଗିରରୁ ୫, କଟକରୁ ୧୭, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୩, କୋରାପୁଟରୁ ୫, ମୟୂରଭଞ୍ଜରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରୁ ୩, ନୟାଗଡ଼ରୁ ୨, ନୂଆପଡ଼ାରୁ ୩୧, ପୁରୀରୁ ୬, ସମ୍ବଲପୁରରୁ ୧୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍ ପୁଲରୁ ୪ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭କୁ ବୃଦ୍ଧି ପାଇଥିବା ବେଳେ ଏବେ ୨୦୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧୯୨୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.