Latest Odisha News

BREAKING NEWS

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ କୌଣସି କାରଣ ବଶତଃ ହଠାତ ନିଆଁ ଲାଗି ଯାଇଥିଲା । 

ନିଆଁର ଭୟବହତା ଏତେ ପ୍ରବଳ ଥିଲା ଯେ ସହଜରେ ଆୟତ୍ତକୁ ଆସିପାରିନଥିଲା । ସହର ମଧ୍ୟ ଭାଗରେ ଏହି ଦୋକାନଟି ରହିଥିବାରୁ ଘଟଣାସ୍ଥଳରେ ପ୍ରବଳ ଗହଳ ଜମିଥିଲା । ନବରଙ୍ଗପୁର ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହିତ ମିଶି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇପାରିଛି । ନିଆଁକୁ ଲିଭାଇବା ପାଇଁ ସହର ମଧ୍ୟରେ ଥିବା ଏକ ପୋଖରୀର ପାଣି ଅଣାଯାଇଥିଲା ।

ଗତକାଲି ଅପରାହ୍ଣରେ ଲୁଗା ଦୋକାନରେ ନିଆଁ ଲାଗିଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ସମ୍ପୂର୍ଣ୍ଣ ଦୋକାନକୁ ନିଜ ଆୟତ୍ତକୁ ନେଇଯାଇଥିଲା । ସୌଭାଗ୍ୟ ବଶତଃ ଦୋକାନର ଦ୍ଵିତୀୟ ମହଲାରେ ଲୁଗା ଥିଲା ଓ ଦୋକାନକୁ ଲାଗି ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ ଥିଲା କିନ୍ତୁ ସେଠାକୁ ନିଆଁ ଯାଇନଥିଲା । ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନ ମାଲିକ କହିଛନ୍ତି ।

Leave A Reply

Your email address will not be published.