ଭୁବନେଶ୍ୱର: ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୩୩ଟି ମାମଲା ଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୨୫୬ । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th April
New Positive Cases: 2989
In quarantine: 1733
Local contacts: 1256(Details of local contacts will be shared by concerned Dist Administration)
District Wise Cases:
1. Angul: 65
2. Balasore: 83
3. Bargarh: 126
4. Bhadrak: 34
5. Balangir: 110— I & PR Department, Odisha (@IPR_Odisha) April 15, 2021
ଅନୁଗୁଳରୁ ୬୫, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୨୬, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୦, ବୌଦ୍ଧରୁ ୧୦, କଟକରୁ ୨୦୮, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫, ଗଞ୍ଜାମ ୬୩, ଜଗତସିଂହପୁର ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି କୋରାପୁଟରୁ ୧୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧୫୧, ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮, ସୋନପୁରରୁ ୬ ଓ ଷ୍ଟେଟ ପୁଲରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ରେ ପହଞ୍ଚିଛି । ରାଜ୍ୟରେ ଏବେ ୧୪ ହଜାର ୬୨୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୩ ଲକ୍ଷ ୪୧ ହଜାର ୭୩୩ ଜଣ କରୋନାକୁ ମାତ୍ ଦେଇଛନ୍ତି ।
Comments are closed.