ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୮୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଜପତି ଜିଲ୍ଲାର ଜଣେ ଓ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ରହିଛନ୍ତି।
ଗଞ୍ଜାମ ଜିଲ୍ଲାର ଦୁଇ ଜଣ ପୁରୁଷ ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୬୩ ଏବଂ ୬୦ ବର୍ଷ ବୋଲି ଜଣାପଡିଛି । ଏହାଛଡା ଆଉ ଜଣେ ଗଜପତି ଜିଲ୍ଲାର ୪୮ ବର୍ଷୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେ ଓବେସିଟି ଭଳି ରୋଗରେ ପୀଡିତ ଥିଲେ।
ଅଧିକ ପଢନ୍ତୁ: ଓଡିଶାର ୨୫ ଜିଲ୍ଲାରୁ ନୂଆ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ
Comments are closed.