Latest Odisha News

BREAKING NEWS

ରାଜ୍ୟରୁ ଦିନକରେ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୭୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଦୈନିକ ସଂକ୍ରମଣ ଚାରି ଶହ ଭିତରେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୫ଟି ରହିଛି ।

୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୭୨ ପଜିଟିଭ୍ ବାହାରିଥିବା ବେଳେ ଅନୁଗୁଳରୁ ୩୫, ପୁରୀରୁ ୨୪ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୩ ଜଣ ନୂଆ କରୋନା ଆକ୍ରାନ୍ତ ।

ବାକି ୨୨ଟି ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୬ହଜାର ୯୧୫କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୧ହଜାର ୯୫୬ ସଂକ୍ରମିତ । ଏବେ ରାଜ୍ୟରେ ୩ହଜାର ୬୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.