Latest Odisha News

BREAKING NEWS

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ନେଇଛି ଆଉ ୪ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୪ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୭୦ବର୍ଷୀ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲାରୁ ଜଣେ ୭୨ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୭ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ମହାମାରୀ ପୁରୀ ଜିଲ୍ଲାରୁ ନେଇଛି ଜଣେ ୫୨ବର୍ଷୀୟ ପୁରୁଷଙ୍କ ଜୀବନ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୪୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.