Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୩୩୧୯ କରୋନା ପଜିଟିଭ୍, ଦୈନିକ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩-୪ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ଶହ ୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୨୩ । ଖୋର୍ଦ୍ଧାକୁ ଆଜି ସଂକ୍ରମଣରେ ଟପି ଯାଇଛି କଟକ ଜିଲ୍ଲା ।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୪୪୦ ରହିଛି । ବାଲେଶ୍ୱରରୁ ୩୯୭, ମୟୂରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ପୁରୀରୁ ୧୭୫, ଭଦ୍ରକରୁ ୧୬୩, କେନ୍ଦ୍ରାପଡ଼ାରୁ ୧୩୪, ଜଗତସିଂହପୁରରୁ ୧୩୦, ଅନୁଗୋଳରୁ ୧୧୬, ନୟାଗଡ଼ରୁ ୧୧୧ ସଂକ୍ରମିତ ବାହାରିଛନ୍ତି ।

୧୯ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୩ହଜାର ୭୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୬୭ହଜାର ୪୦୨ ଆକ୍ରାନ୍ତ । ଏବେ ରାଜ୍ୟରେ ୩୨ହଜାର ୪୦୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.