Latest Odisha News

BREAKING NEWS

ରାଜ୍ୟରେ ଆଉ ୪୩ ଜଣଙ୍କ ମୃତ୍ୟୁ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ଧିରେଧିରେ କମିବାରେ ଲାଗିଛି।

ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୪୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ବାଲେଶ୍ବରରୁ ଜଣେ, ବରଗଡ଼ରୁ ୫, ଭଦ୍ରକରୁ ୩, ଭୁବନେଶ୍ବରରୁ ୫, କଟକରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, କେନ୍ଦୁଝରରୁ ୧,ଖୋର୍ଦ୍ଧା ଜିଲ୍ଲାରୁ ୪, ମୟୂରଭଞ୍ଜରୁ ୧, ନୟାଗଡ଼ରୁ ୫, ପୁରୀରୁ ୫ ଜଣ, ସମ୍ବଲପୁରରୁ ୧, ସୁନ୍ଦରଗଡ଼ରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.