Latest Odisha News

କାଲି କମିଥିଲା, ଆଜି ବଢ଼ିଲା: ଆଜି ରାଜ୍ୟରୁ ୩୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କାଲି ୩ ହଜାର ତଳକୁ ହ୍ରାସ ପାଇଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ତିନି ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୭୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୮୩ । ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ସଂକ୍ରମିତ ହୋଇଥିବା ବେଳେ କଟକରୁ ବାହାରିଛନ୍ତି ୪୮୦ ଆକ୍ରାନ୍ତ ।

ପୁରୀରୁ ୨୮୯, ଯୋଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଞ୍ଜରୁ ୧୮୦, ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡ଼ାରୁ ୧୪୭, ନୟାଗଡ଼ରୁ ୧୨୬ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୧୮ ପଜିଟିଭ୍ ବାହାରିଛନ୍ତି । ୨୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଦେବଗଡ଼ ଜିଲ୍ଲାରୁ ସବୁଠୁ କମ୍ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅଧିକ ଟେଷ୍ଟ ହୋଇଥିବାରୁ ଅଧିକ ପଜିଟିଭ୍ ଚିହ୍ନଟ ହୋିଛନ୍ତି । ଆଜି ରାଜ୍ୟରେ ୬୫ହଜାର ୮୪୫ କୋଭିଡ ଟେଷ୍ଟ ହୋଇଛି । ଗତକାଲି ୬୧ହଜାର ୬୦୮ ନମୁନା ପରୀକ୍ଷା ହୋଇଥିଲା । ଆଜି ପଜିଟିଭ ହାର୍ ୫.୨୪ ପ୍ରତିଶତ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୮୬ହଜାର ୯୪୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୪୮ହଜାର ୯୬୦ । ଏବେ ରାଜ୍ୟରେ ୩୪ହଜାର ୨୧୬ ଆକ୍ଟିଭ୍ କେସ୍ ରହିଛି ।

Comments are closed.