Latest Odisha News

BREAKING NEWS

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ସୋର ଉପକାରାଗାରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ କମଳାକାନ୍ତ ବାରିକ । ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି । ଗତକାଲି ବିଳମ୍ବିତ ରାତିରେ କମଳାକାନ୍ତଙ୍କୁ ସୋର ହସ୍ପିଟାଲ ଆଣିଥିଲେ ଜେଲ୍ କର୍ତ୍ତୃପକ୍ଷ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସୋର ସବ୍-ଜେଲ ଭିତରେ ବିଚାରଧୀନ କଏଦୀଙ୍କ ସନ୍ଦେହଡନକ ମୃତ୍ୟୁ ପରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି ।

Leave A Reply

Your email address will not be published.