Latest Odisha News

BREAKING NEWS

ଆଜି ଓଡ଼ିଶାରେ ୬୯ ହଜାର ଟେଷ୍ଟିଂ, ୩୬୫୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଅଧିକ ଟେଷ୍ଟିଂ ହେଉଛି । ଚିହ୍ନଟ ହେଉଛନ୍ତି ଅଧିକ କୋଭିଡ୍ ସଂକ୍ରମିତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୫୦ ପଜିଟିଭ୍ । ଏହି ସମୟରେ ୬୯ହଜାର ୪୮୦ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୬୫ହଜାର ୮୪୫ ଟେଷ୍ଟ ହୋଇଥିବା ବେଳେ ୩ହଜାର ୪୫୬ ସଂକ୍ରମିତ ବାହାରିଥିଲେ । ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତ । ଆଜି କ୍ୱାରେଣ୍ଟାଇନରୁ ୨ହଜାର ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୫୨ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪, କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ପୁରୀରୁ ଚିହ୍ନଟ ହୋଇଛନ୍ତି ୧୮୭ ପଜିଟିଭ୍ । ସେହିପରି ଭଦ୍ରକରୁ ୧୭୦, ମୟୂରଭଞ୍ଜରୁ ୧୪୫, ଜଗତସିଂହପୁରରୁ ୧୩୮, ନୟାଗଡ଼ରୁ ୧୨୨, ଅନୁଗୋଳରୁ ୧୧୨, ଢେଙ୍କାନାଳରୁ ୧୧୦, କେନ୍ଦ୍ରାପଡ଼ାରୁ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୦୬ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ଏହି ସଂଖ୍ୟା ୧୦୪ ।

୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । ଆଜି ରାଜ୍ୟରେ ପଜିଟିଭ୍ ହାର ରହିଛି ୫.୨୫ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୯୦ହଜାର ୫୯୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୫୩ହଜାର ୧୨ ଆକ୍ରାନ୍ତ । ଏବେ ରାଜ୍ୟରେ ୩୩ହଜାର ୭୭୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.