Latest Odisha News

BREAKING NEWS

ଜମ୍ମୁ କଶ୍ମୀର ନେତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଏଜେଣ୍ଡା ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତିଛନ୍ତି ସର୍ବଦଳୀୟ ବୈଠକ । ଜମ୍ମୁ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତା ଏହି ବୈଠକରେ ଯୋଗ ହେବେ । ଏଥିରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଗୁପକାର ମେଣ୍ଟ ସମେତ ୧୪ଟି ରାଜନୈତିକ ଦଳ ସାମିଲ ହେବେ । ଜମ୍ମୁ କଶ୍ମୀରର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ଅପରାହ୍ମ ୩ଟାରେ ଏହି ବୈଠକ ବସିବ ।

ଆଜିର ବୈଠକରେ ଜମ୍ମୁ କଶ୍ମୀର ନେଇ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ । ସେନେଇ ସେଠାକାର ରାଜନୈତିକ ଦଳଙ୍କ ସହ ବିଚାରବିମର୍ଶ କରିବେ । ତେବେ ବୈଠକରେ ଏଜେଣ୍ଡା ଏବେ ବି ଅସ୍ପଷ୍ଟ ରହିଛି । କୁହାଯାଉଛି ବିଧାନସଭା ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇପାରେ । ୨୦୧୮ ପରଠୁ ମେହବୁବା ମୁଫତିଙ୍କ ସରକାର ଭାଙ୍ଗିବା ପରଠୁ ସେଠାରେ ନିର୍ବାଚନ ହୋଇ ନାହିଁ । କେନ୍ଦ୍ର ଶାସିତ ଅଞ୍ଚଳରେ ରାଜନୈତିକ ପ୍ରକ୍ରିୟା ମଜବୁତ ରଖିବା ପାଇଁ ମୋଦି ଏହି ବୈଠକ ଡାକିଛନ୍ତି ବୋଲି ଚର୍ଚ୍ଚା ବି ହେଉଛି ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଇ ହଟାଇବା ପରେ ସେଠାକାର ରାଜନୈତିକ ଦଳଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକ ବସୁଛି । କୁହାଯାଇଛି ନ୍ୟାସନାଲ୍ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ ଭଳି ଦଳ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଧାରା ୩୭୦ ପୁନରୁଦ୍ଧାର ନେଇ ଦାବି ଉଠାଇ ପାରନ୍ତି । ଆଜିର ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନୈଥ ସିଂହ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହିପାରନ୍ତି ।

Leave A Reply

Your email address will not be published.