Latest Odisha News

BREAKING NEWS

ରାଜ୍ୟରୁ ୩୬୬୪ କରୋନା ପଜିଟିଭ୍: ଖୋର୍ଦ୍ଧାରେ ଦିନକରେ ବଢ଼ିଲା ୪୧%, ୧୦ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମ୍ଭୀର ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ଉପରମୁହିଁ । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୬୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ହଜାର ୧୨୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୩୭ । ୧୦ଟି ଜିଲ୍ଲାରେ ସ୍ଥିତି ଉଦବେଗଜନକ । ସେସବୁ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଛି ।

ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରିଛି କରୋନା । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ୪୧ ପ୍ରତିଶତ ବଢ଼ିଛି । ଗତକାଲି ଜିଲ୍ଲାରୁ ବାହାରିଥିଲେ ୪୯୭ ଆକ୍ରାନ୍ତ । ଆଜି ସଂଖ୍ୟା ୭୦୪କୁ ବୃଦ୍ଧି ପାଇଛି । ସେହିପରି ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ସୁନ୍ଦରଗଡ଼ରୁ ୩୪୦, ନୂଆପଡ଼ା ୨୨୧, କଳାହାଣ୍ଡିରୁ ଚିହ୍ନଟ ହୋଇଛନ୍ତି ୩୨୪ ଜଣ ।

ବରଗଡ଼ରୁ ୨୧୦, ଝାରସୁଗୁଡ଼ାରୁ ୧୮୩, ନବରଙ୍ଗପୁରରୁ ଚିହ୍ନଚ ହୋଇଛନ୍ତି ୮୧ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସମ୍ୱଲପୁରରୁ ୧୯୯ ଜଣ ଆକ୍ରାନ୍ତ ବାହାରିଥିବା ବେଳେ ପୁରୀରୁ ୧୪୩, ମୟୂରଭଞ୍ଜରୁ ୧୧୯ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୯୮ ପଜିଟିଭ୍ । ବୌଦ୍ଧ ଓ ମାଲକାନଗିରିକୁ ଛାଡ଼ି ଦେଲେ ବାକି ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଉପରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୬୮ହଜାର ୨୫୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୪୪ହଜାର ୮୨୫ ଆକ୍ରାନ୍ତ । ଏବେ ରାଜ୍ୟରେ ୨୧ହଜାର ୪୩୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.