ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ବାହାରିଛି ୩୭୮ ପଜିଟିଭ୍ କେସ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୯ଟି ।
Covid-19 Report For 30th November
New Positive Cases: 378
In quarantine: 219
Local contacts: 159(Details of local contacts will be shared by concerned District Administration)
District Wise Cases:
1. Angul: 38
2. Balasore: 14
3. Bargarh: 3
4. Bhadrak: 7
5. Balangir: 22— I & PR Department, Odisha (@IPR_Odisha) December 1, 2020
୨୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୭, ମୟୂରଭଞ୍ଜ ଜିଲ୍ଲାରୁ ୩୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୩୨, କଟକରୁ ୨୪, ବଲାଙ୍ଗିର ୨୨ ଓ ନୂଆପଡ଼ାରୁ ସଂକ୍ରମିତ ହୋଇଛନ୍ତି ଆଉ ୨୧ ଜଣ ।
ବାକି ୨୦ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ଗତ ୨୪ ଘଣ୍ଟା ଭିତରେ ବୌଦ୍ଧ, ଗଜପତି ଓ ରାୟଗଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୯ହଜାର ୧୦୩କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଆରୋଗ୍ୟ ଲାଭ କରିଛନ୍ତି ୩ଲକ୍ଷ ୧୨ହଜାର ୬୫ ସଂକ୍ରମିତ । ୫ହଜାର ୨୪୧ଟି ଆକ୍ଟିଭ୍ କେସ୍ ରହିଛି ।
22. Nayagarh: 4
23. Nuapada: 21
24. Puri: 19
25. Sambalpur: 14
26. Sonepur: 1
27. Sundargarh: 32
28. State Pool: 10New recoveries: 809
Cumulative tested: 5940901
Positive: 319103
Recovered: 312065
Active cases: 5241— I & PR Department, Odisha (@IPR_Odisha) December 1, 2020
Comments are closed.