Latest Odisha News

BREAKING NEWS

ଆଜି ରାଜ୍ୟରୁ କରୋନା ନେଲା ୩୮ ଜୀବନ

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଚାରେ ରାଜ୍ୟରୁ କରୋୱା ନେଇଛି ଆଉ ୩୮ ଜୀବନ । ୧୫ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।

ବରଗଡ଼ ଓ କଟକ ଜିଲ୍ଲାରେ କମୁନି ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଦୁଇଟି ଜିଲ୍ଲାରୁ ଆଉ ୫ ଜଣ ଲେଖାଏ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏ ପ୍ରାଣ ହରାଇଛନ୍ତି । ସମ୍ୱଲପୁର ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ । ସେହିପରି ଅନୁଗୋଳ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୬୭୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.