Latest Odisha News

BREAKING NEWS

ମହାରାଷ୍ଟ୍ରରେ ୨୧ଟି ଡେଲଟା ପ୍ଲସ୍ କୋଭିଡ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ସେକେଣ୍ଡ ଓ୍ୱେଭ ଟେନସନ୍ ସରିନି । ତୃତୀୟ ଲହର ନେଇ ଆକଳନ ଭିତରେ ଛାନିଆ କଲାଣି ନୂଆ କରୋନାର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର ୨୧ଟି କୋଭିଟ୍ କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି । ୭ହଜାର ୫୦୦ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୧ ଜଣଙ୍କ ପାଖରେ ଡେଲଟା ପ୍ଲସ ଭାରିଆଣ୍ଟ ମିଳିଛି ।

ଡେଲଟ୍ ପ୍ଲସ ଭାରିଆଣ୍ଟରେ ସଂକ୍ରମିତ କରୋନା ରୋଗୀଙ୍କ ଭିତରେ ୯ଜଣ ରତ୍ନଗିରି, ୭ ଜଣ ଜଲଗାଁଓ, ମୁମ୍ବାଇରୁ ୨ଜଣ ଏବଂ ପାଲଘର, ସିନ୍ଧୁଦୁର୍ଗ ଓ ଥାନେରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।

ଏହାପରେ ଅଧିକରୁ ଅଧିକ ଲୋକଙ୍କର ଜିନୋମ୍ ସିକୁଏନ୍ସିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ପ୍ରତି ଜିଲ୍ଲାରୁ ଶହେ ଜଣ ଲେଖାଏ ଲୋକଙ୍କର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି, କରୋନାର ନୂଆ ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ମାରାତ୍ମକ ହୋଇପାରେ । ଏହା ଦେଇ ଆସିପାରେ ତୃତୀୟ ଲହର ।

Leave A Reply

Your email address will not be published.