Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୬ ନୂଆ କରୋନା ମାମଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୪୬ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି, ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ସଂଖ୍ୟା ୪୩୭ରେ ପହଞ୍ଚିଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ସୋମବାର ସକାଳ ୯ଟା ସୁଦ୍ଧା ୩୯୧ ରହିଥିବା ବେଳେ ମଙ୍ଗଳବାର ସକାଳ ୯ଟା ବେଳକୁ ଏହା ୪୩୭ ଛୁଇଁଛି।

ସେଥିମଧ୍ୟରୁ ୪୨ ଟି ମାମଲା କ୍ବାରେନଣ୍ଟାଇନ ସେଣ୍ଟରରେ ଏବଂ ଦୁଇଟି କଣ୍ଟେନମେଣ୍ଟ ଜୋନରେ ଚିହ୍ନଟ ହୋଇଥିଲା।

ଗଞ୍ଜାମ (୨୧), ବାଲେଶ୍ବର (୧୫), ଯାଜପୁର (୪), ସୁନ୍ଦରଗଡ (୨) ଏବଂ ବୌଦ୍ଧ, କଟକ, ପୁରୀ ଏବଂ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି।

ପଜିଟିଭଙ୍କ ମଧ୍ୟରୁ ୩୮ ଜଣ ସୁରଟ ଫେରନ୍ତା ଏବଂ ୪ ଜଣଙ୍କର ଯାତ୍ରା ଇତିହାସ ପଶ୍ଚିମବଙ୍ଗ।

ଓଡିଶାରେ ବର୍ତ୍ତମାନ ୩୪୯ ସକ୍ରିୟ ମାମଲା ରହିଥିବା ବେଳେ ୩ ମୃତ୍ୟୁ ଏବଂ ୮୫ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.