Latest Odisha News

BREAKING NEWS

[ଦେଖନ୍ତୁ]ପତ୍ନୀ ନେହା ଧୁପିଆଙ୍କ ଉଚ୍ଚସ୍ୱରକୁ ବରଦାସ୍ତ କରୁଥିବା ସ୍ୱୀକାର କଲେ ଅଙ୍ଗଦ

ମୁମ୍ବାଇ: ସେଲିବ୍ରେଟି କପୁଲ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କର ରବିବାର ଦିନ ଥିଲା ଦ୍ୱିତୀୟ ବିବାହ ବାର୍ଷିକୀ। ଏହି ଅବସରରେ ପ୍ରଶଂସକଙ୍କ ସହ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ଏହି କପୁଲ ପହଞ୍ଚିଥିଲେ ଇନଷ୍ଟାଗ୍ରାମରେ ।

ଇନଷ୍ଟାଗ୍ରାମରେ ଲାଇଭ୍ ସମୟରେ ଏହି ଦମ୍ପତି ପରସ୍ପର ଏବଂ ସେମାନଙ୍କର ଦାମ୍ପତ୍ୟ ଜୀବନ ବିଷୟରେ ଅନେକ କିଛି କଥା ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ।


ନେହାଙ୍କ ବିଷୟରେ ସେ କ’ଣ ବରଦାସ୍ତ କରନ୍ତି ବୋଲି ପ୍ରଶଂସକଙ୍କ ପ୍ରଶ୍ନରେ ଅଙ୍ଗଦ କହିଥିଲେ ଯେ, ନେହା କଥା କହିବା ସମୟରେ ବହୁତ ଉଚ୍ଚ ସ୍ୱରରେ କଥା ହୁଅନ୍ତି ଯାହା ସାଧାରଣ ଶ୍ରବଣ ଡେସିବଲ୍ ଠାରୁ ଯଥେଷ୍ଟ ଅଧିକ ଅଟେ।

“ମୁଁ ତୁମର ଉଚ୍ଚ ସ୍ୱରକୁ ବରଦାସ୍ତ କରୁଛି । ମାତ୍ର ତମେ କଥାକୁ ଟିକିଏ ନରମ ଭାବରେ ମଧ୍ୟ କହିପାରିବ ବୋଲି ଅଙ୍ଗଦ ନେହାଙ୍କୁ କହିଛନ୍ତି।

ଆହୁରି ମଧ୍ୟ ନେହା ତାଙ୍କ ମାଆଙ୍କୁ କ’ଣ ମେସେଜ କରନ୍ତି ତାହା ଦେଖିବା ପାଇଁ ଅଙ୍ଗଦ ନେହାଙ୍କ ଫୋନ ଚେକ କରନ୍ତି ବୋଲି ଅଙ୍ଗଦ କହିଛନ୍ତି।

Leave A Reply

Your email address will not be published.