Latest Odisha News

BREAKING NEWS

ରାଜ୍ୟରେ କରୋନା କାୟା କେବେ କମୁଛି, କେବେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ସାମାନ୍ୟ ବଢୁଛି ତ କେବେ ଖସୁଛି । ଗତକାଲି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ତଳେ ଥିଲା । ଆଜି ପୁଣି ଥରେ ପାଖାପାଖି ୫ଶହ ନୂଆ ସଂକ୍ରମିତ ହୋଇଛନ୍ତି । ଗତକାଲି ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଆଜି ଏହି ସଂଖ୍ୟା ୪୮୮ ।

କ୍ୱାରେଣ୍ଟାଇନରୁ ୨୮୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩ । ରାଜ୍ୟରେ ଆଉ ୭୭ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ପଜିଟିଭ୍ ବାହାରିଛନ୍ତି । କଟକରୁ ୫୪, ମୟୂରଭଞ୍ଜରୁ ୧୯, ପୁରୀରୁ ୧୫ ଏବଂ ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ଅନ୍ୟ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୬୯ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦.୭୦ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୪୧ହଜାର ୪୫୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୨୮ହଜାର ୬୯୭ । ଏବେ ରାଜ୍ୟରେ ୪ହଜାର ୩୭୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.