ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରେ କରୋନା କାୟା ମେଲାଇଛି । ନାକି ଆଖି ଦେଖାଇଛି । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି କରୋନା । ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୭୯୨ ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩ଲକ୍ଷ ୪୦ହଜାର ୪୦୨ । ଆଜି ଏହି ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪ରେ ପହଞ୍ଚିଛି । ଅର୍ଥାତ ସଂକ୍ରମଣ ହାର ୨୩ ପ୍ରତିଶତ ବଢ଼ିଛି ।

ଗତ ସାତ ଦିନର ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ରାଜ୍ୟରେ ସଂକ୍ରମଣର ଗତି । ସପ୍ତାହେ ଭିତରେ (ଏପ୍ରିଲ ୨୪ରୁ ଆଜି ସୁଦ୍ଧା) ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯ ହଜାର ୫୦୦ ଆକ୍ରାନ୍ତ । ମାର୍ଚ୍ଚ ୩୦ ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲା । ସେଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୨୧୮ ପଜିଟିଭ୍ । ଆଜି ସଂଖ୍ୟା ବଢ଼ି ୮ହଜାର ୬୮୧ରେ ପହଞ୍ଚିଛି ।

ସଂକ୍ରମଣ ସହ ବଢ଼ିଛି ମୃତ୍ୟୁସଂଖ୍ୟା । ଗତ ସପ୍ତାହେ ଭିତରେ ରାଜ୍ୟରୁ ମହାମାରୀ ନେଇଛି କେବଳ ୭୦ ଜୀବନ । ମାସେ ଭିତରେ କରୋନାରେ ୧୨୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଥିଲା ୧୯ଶହ ୨୧ । ଆଜି ଏହି ସଂଖ୍ୟା ବଢ଼ି ୨ହଜାର ୪୩ରେ ପହଞ୍ଚିଛି ।
BREAKING NEWS
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
- ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
Comments are closed.