Latest Odisha News

BREAKING NEWS

ଉପର ତଳ କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୫୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ତଳ ହେଉଛି । କେବେ ୫୦୦ ତ କେବେ ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି . ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଥିଲେ ୬୧୫ ଆକ୍ରାନ୍ତ ।

ଦୈନିକ ସଂକ୍ରମଣରେ ଆଗରେ ରହୁଛି ଖୋର୍ଦ୍ଧା ଜିଲ୍ଲା । ଆଜି ସେଠାରୁ ଚିହ୍ନଟ ହୋଇଛନ୍ତି ୨୪୯ ପଜିଟିଭ୍ । କଟକରୁ ୬୦, ମୟୂରଭଞ୍ଜରୁ ୨୧, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୫, କେନ୍ଦ୍ରାପଡ଼ାରୁ ୧୪ ଓ ପୁରୀରୁ ଆଉ ୧୩ ଜଣ ସଂକ୍ରମିତ ହୋଇଛନ୍ତି । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩୩ହଜାର ୮୦୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୨୦ହଜାର ୧୬୮ ସଂକ୍ରମିତ । ଏବେ ରାଜ୍ୟରେ ୫ହଜାର ୩୧୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.