Latest Odisha News

BREAKING NEWS

IPL ଫାଇନାଲରେ କେବେ ହାରିନି କେକେଆର୍, ଚେନ୍ନାଇ ପାଇଁ ଚ୍ୟାଲେଞ୍ଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ୍ ଫାଇନାଲ୍ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ । ୩ ଥର ଚାମ୍ପିଅନ୍ ବନାମ ୨ ଥର ଚାମ୍ପିଅନ୍ ମଧ୍ୟରେ କଡ଼ା ମୁକାବିଲା ହେବ । କୋଲକାତା ବିପକ୍ଷରେ ଫାଇନାଲ୍ ମୁକାବିଲା ଜିତିବା ଚେନ୍ନାଇ ପାଇଁ ଏତେ ସହଜ ହେବ ନାହିଁ ।

ଆଇପିଏଲ୍ ଇତିହାସ କହୁଛି, କୋଲକାତା ଯେବେ ଫାଇନାଲକୁ ଯାଇଛି ଟ୍ରଫି ହାତେଇଛି । ୨୦୧୨ ଓ ୨୦୧୪ରେ ଆଇପିଏଲ୍ ଚାମ୍ପିଆନ୍ କେକେଆର୍ । ୨୦୧୨ରେ ଚେନ୍ନାଇ ସୁପରକିଙ୍ଗସକୁ ୫ ଓ୍ୱିକେଟରେ ହରାଇଥିଲା । ୨୦୧୪ ଫାଇନାଲରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୩ ଓ୍ୱିକେଟରେ ହରାଇଥିଲା ।
ଚଳିତ ଟୁର୍ଣ୍ଣାମେଣ୍ଟର ଶେଷ ଭାଗରେ ଜବରଦସ୍ତ ପ୍ରଦର୍ଶନ ସହ ଫାଇନାଲ୍ ଟିକେଟ ହାତେଇଛି କୋଲତାକା । ୟୁଏଇରେ ଶୁଭମନ୍ ଗିଲ୍ ଓ ଭେଙ୍କଟସ୍ ଆୟାର ଯୋଡି କୋଲକାତା ପାଇଁ ଲକି ହୋଇଛନ୍ତି । ଚଳିତ ସିଜିନରେ କେକେଆର୍ ପକ୍ଷରୁ ଶୁଭମନ୍ ଗିଲ୍ (୪୨୭ ରନ୍), ରାହୁଲ ତ୍ରିପାଠୀ (୩୯୫ ରନ୍) ଓ ଭେଙ୍କଟସ୍ ଆୟାର (୩୨୦ ରନ୍) ସର୍ବାଧିକ ରନ୍ କରିଛନ୍ତି ।

ସେପଟେ ଚେନ୍ନାଇ ଚଳିତ ଆଇପିଏଲ୍ ଆରମ୍ଭକୁ ଜବରଦସ୍ତ ଖେଳିଛି । ପ୍ରଥମ କ୍ୱାଲିଫାୟାରରେ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ବ୍ୟାଟିଂରେ ଋତୁରାଜ ଗାଏକ୍ୱାଡ୍, ଡୁପ୍ଲେସିସ୍, ରବିନ ଉଥାପା ଓ ଟେଲ୍ ଏଣ୍ଡରେ ରବୀନ୍ଦ୍ର ଜାଡେଜା ଭଲ ଖେଳୁଛନ୍ତି । କ୍ୱାଲିଫାୟାର ମୁକାବିଲାରେ ଧୋନି କମବ୍ୟାକ୍ କରିଥିବା ପ୍ରମାଣ ଦେଇଛନ୍ତି । କୋଲକାତାଠାରୁ ୨୦୧୨ ଫାଇନାଲ୍ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିଛି ଧୋନିଙ୍କ ଟିମ୍ ।

Leave A Reply

Your email address will not be published.