ଭୁବନେଶ୍ୱର: ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ଉପରମୁହାଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪୬ଟି । ଖୋର୍ଦ୍ଧାରେ ଶତକ ପାର କରିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ ।
ସେହିପରି ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ା ଜିଲ୍ଲାରୁ ୩୧ ପଜିଟିଭ୍ ବାହାରିଛନ୍ତି । କଟକରୁ ୩୦, ନୂଆପଡ଼ାରୁ ୨୯, ସମ୍ୱଲପୁର ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୨୮ ଜଣ । ଗଞ୍ଜାମରୁ ୨୭ ପଜିଟିଭ୍ କେସ ସାମନାକୁ ଆସିଥିବା ବେଳେ ପୁରୀରୁ ୨୪, ବରଗଡ଼ରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋ଼ଟ୍ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୧୫୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୭୩୧ଟି କରୋନା ଆକ୍ଟିଭ୍ କେସ୍ ରହିଛି । କରୋନାରେ ପ୍ରାଣ ହରାଇଛନ୍ତି ୧୯ଶହ ୨୨ ଜଣ ।
Comments are closed.