Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୫୯ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୯ ନୂଆ ଆକ୍ରନ୍ତ

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଶହେ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪ଟି ।

୧୮ ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଛି । ସେସବୁ ଜିଲ୍ଲାରୁ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି । ୧୨ଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ସେହିପରି ମହାମାରୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ଶହ ୧୭ ଜୀବନ ନେଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୭ହଜାର ୮୦୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୫ ହଜାର ୮୦ ସଂକ୍ରମିତ । ଏବେ ରାଜ୍ୟରେ ୭୫୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.