Latest Odisha News

ମହିଳା ଦିବସ ଅବସରରେ ଛୋଟେ ନବାବ୍‌ଙ୍କ ପ୍ରଥମ ଝଲକ ଦେଖାଇଲେ କରୀନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବା ପରଠାରୁ ସମସ୍ତେ ତାଙ୍କ ଲିଟିଲ୍‌ ବଏ୍‌ର ଚେହେରା ଦେଖିବାକୁ ବେଶ୍‌ ଉତ୍ସାହର ସହ ଚାହିଁବସିଛନ୍ତି। ଫେବୃଆରୀ ୨୧ରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ତେବେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ପ୍ରଶଂସକଙ୍କ ଭାନାକୁ ହୃଦୟଙ୍ଗମ କରି କରୀନା କପୁର ଖାନ ମହିଳା ଦିବସ ଅବସରରେ ସୋସିଆଲ ମିଡିଆରେ ଛୋଟେ ନବାବଙ୍କ ପ୍ରଥମ ଫଟୋ ସେୟାର କରିଛନ୍ତି।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କରୀନା ତାଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଫଟୋରେ ଦେଖିବାକୁ ମିଳିଛି ଯେ କରୀନା ତାଙ୍କ ପୁଅକୁ ଧଳା କପଡ଼ାରେ ଗୁଡ଼ାଇ ଛାତିରେ ଜାବୁଡ଼ି ଧରିଛନ୍ତି। ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଏପରି କିଛି ନାହିଁ ଯାହା ଜଣେ ମହିଳା କରିପାରିବେ ନାହିଁ। ମହିଳା ଦିବସର ଶୁଭେଚ୍ଛା।

Leave A Reply

Your email address will not be published.